ଓଡିଶା

ବାତ୍ୟା “ଅର୍ଣ୍ଣବ”ର ପ୍ରଭାବ ଧାମନଗର ରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଧାମନଗର 🙁 କମଳାକାନ୍ତ ପଣ୍ଡା ):ବାତ୍ୟା “ଅର୍ଣ୍ଣବ“ର ପ୍ରଭାବରେ ଧାମନଗର ସହରାଞ୍ଚଳରେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ହେବ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଯାତାୟାତରେ ବାଧ୍ୟ ସୃଷ୍ଟି ହୋଇଛି।ଧାମନଗର ସହରରେ ମଙ୍ଗଳବାର ଅପରାହ୍ନ ୪ଟା ସମୟଠାରୁ ବୁଧବାର ପର୍ଯ୍ୟନ୍ତ ଅନ୍ଧାର ହୋଇ ଭୟଙ୍କର ଦେଖା ଦେଇଥିବା ବେଳେ ଲଗାତାର ବର୍ଷା ଯୋଗୁଁ ଘରୁ ବାହାରକୁ ବାହାରିବା ପାଇଁ ସମ୍ଭବ ହୋଇନଥିଲା। ଦୋକାନ ବଜାର ବନ୍ଦ ସାଙ୍ଗକୁ ପୁରା ଅଞ୍ଚଳ ଖାଁ ଖାଁ ଦେଖାଦେଇ ଥିବା ବେଳେ ବ୍ୟବସାୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା। ବୁଧବାର ଦିନ ହାଲୁକା ପବନ ସାଙ୍ଗକୁ ଅଧିକରୁ ଅଧିକ ବର୍ଷା ହେବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ଓ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ବର୍ଷା ନହେବା ଯୋଗୁଁ କେତେକ ଧାନ ଫସଲ ଜମି ସୁଖୀ ଫାଟି ଧାନ ଚାଷ ନଷ୍ଟ ହେବାର ସମ୍ଭାବନାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଥିଲା।ତେବେ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ସୁଖିଲା ଜମିରେ ପାଣି ହୋଇଥିବାରୁ ଚାଷୀ କୂଳଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବାତ୍ୟା “ଅର୍ଣ୍ଣବ”ର ପ୍ରଭାବରେ ଦୁଇଦିନ ଧରି ଧାମନଗର ରେ ପ୍ରବଳ ବର୍ଷା ହୋଇଥିବା ବେଳେ ବୁଧବାର ସନ୍ଧ୍ୟା ପରେ ବର୍ଷାର ପ୍ରକୋପ କମିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button