ଓଡିଶା

ଯାଜପୁରରେ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଆୟୋଜିତ ହେଲା ବିଶାଳ ସଚେତନତା ରାଲି

ରିପୋର୍ଟ ନିରୋଜ କୁମାର ସେଠୀ

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ୨୬ ରୁ ନଭେମ୍ବର ୧, ୨୦୨୬ ପର୍ଯ୍ୟନ୍ତ “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬” ପାଳନ କରାଯାଉଛି।

ଏହି ଅବସରରେ, ଆଜି (୩୦ ଅକ୍ଟୋବର ୨୦୨୬) ସକାଳ ୮:୧୫ ମିନିଟ୍‌ରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଶାଳ ସଚେତନତା ରାଲି ଆରମ୍ଭ ହୋଇଥିଲା। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଭିଜିଲାନ୍ସ ଡି.ଏସ୍.ପି. ସୁଶୀଲ କୁମାର ଏକ୍କା, ଭିଜିଲାନ୍ସ ଡି. ଏସ୍.ପି. ସୁଲୋଚନା ନାଏକ, ଏ.ଏସ୍.ଆଇ. ଶ୍ରୀକାନ୍ତ କୁମାର ନାଏକ, ଡି.ପି.ସି ମିଶନ ଶକ୍ତି, ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ବାସୁଦେବ ସେନାପତି ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ରାଲିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗାନ୍ଧୀ ଛକ, ମେଡିକାଲ ଛକ ଏବଂ କୁସୁମା ଦେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ପହଞ୍ଚି ଶେଷ ହୋଇଥିଲା।

 

ଏହି ସଚେତନତା ରାଲିରେ ଯାଜପୁର ଜିଲ୍ଲା ସ୍କୁଲର ଛାତ୍ରଛାତ୍ରୀ ଏବଂ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ୨୫୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇଥିଲେ। ସମସ୍ତ ଅଂଶଗ୍ରହଣକାରୀ ହାତରେ ସଚେତନତା ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ ଧରି ଦୁର୍ନୀତି ନିବାରଣ, ସ୍ୱଚ୍ଛତା ଓ ସଚ୍ଚୋଟତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

 

ଏହା ବ୍ୟତୀତ, ଆସନ୍ତାକାଲି (୩୧ ଅକ୍ଟୋବର ୨୦୨୬) ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ଯାଜପୁର ଡି.ଆର.ଡି.ଏ. କନ୍‌ଫରେନ୍ସ ହଲ୍‌ରେ ଏକ ସାଧାରଣ ସଭା ଆୟୋଜିତ ହେବ। ଏହି ସଭାରେ ଜିଲ୍ଲାର ପ୍ରମୁଖ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯୋଗଦେଇ ସତର୍କତା ଓ ସାଧୁତାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବେ।

 

ସମାଜରୁ ଦୁର୍ନୀତି ଦୂରୀକରଣ ଏବଂ ଏକ ସ୍ୱଚ୍ଛ ପ୍ରଶାସନ ଗଠନ ପାଇଁ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ପ୍ରଶଂସା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button