ଓଡିଶା

ରାଇରଙ୍ଗପୁର ମହିଳା ମହାବିଦ୍ଯାଳୟରେ ଏକତା ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ – ୨୦୨୬ ପାଳିତ 

ରାଇରଙ୍ଗପୁର ୩୧/୧୦/୨୦୨୬: (ଶ୍ଯାମଳେନ୍ଦୁ ପରିଡା)

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ରବିଶଙ୍କର ସତପଥୀଙ୍କ ମାର୍ଗ ଦର୍ଶନ ଏବଂ ଆବାହକ ବିଜୟ କୁମାର ରାମ ଙ୍କ ନେତୃତ୍ଵ ରେ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଅନିତା ସାମାଡ୍ , ରେଣୁକା ମହାନ୍ତ, ଯୁବ ରେଡକ୍ରସ୍ ସଂଯୋଜିକା ଯଶୋଧାରା ମହାନ୍ତଙ୍କ ମିଳିତ ଉଦ୍ୟମରେ ଜାତୀୟ ଏକତା ଦିବସ ଏବଂଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଏବଂ ବହୁ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ଶ୍ରୀ ବିଜୟ କୁମାର ରାମଙ୍କ ଦ୍ୱାରା ଶପଥ ପାଠ ରେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହେବା ସହ ସାଧୁତା ଅବଲମ୍ବନ କରିବା ପାଇଁ ଦୁଢ ନିଷ୍ପତ୍ତି ନେଇଥିଲେ l ଏହି ଅବସରରେ ଅଧ୍ୟାପିକା ସେବତୀ ବେହେରା, ସମାପ୍ତି ରାଣୀ ଦାସ, ତିଳୋତ୍ତମା ଷଡ଼ଙ୍ଗୀ, ରଞ୍ଜୁଲତା ନାୟକ, ପାନେସ୍ୱରି ଟୁଡୁ, ହେନା ନାଜ, ପ୍ରିୟଦର୍ଶିନୀ ବେହେରା, ଦୀପିକା ମହାରଣା, ପୁଷ୍ପଲତା ମୁର୍ମୁ ଓ ଜିତେନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ଥିଲେ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button