ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ରାଇରଙ୍ଗପୁର :ତା ୧-୧୧-୨୦୨୬ (ଶ୍ଯାମଳେନ୍ଦୁ ପରିଡା)
ଜନସାଧାରଣଙ୍କୁ ଉନ୍ନତ ଓ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଅଛି l
ଏହି ଶିବିରରେ ସେନାବାହିନୀର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ବିଭିନ୍ନ ଯଥା ଚକ୍ଷୁ, ହୃଦ, କିଡ଼ନୀ, ଚର୍ମ ଓ ଦନ୍ତ ରୋଗ ଇତ୍ୟାଦିରେ ପୀଡିତ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ଯୋଗାଇଦେବା ସହିତ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ପ୍ରଦାନ କରାଯିବ। ଏଥିସହ ଆସନ୍ତା ୦୧-୧୧-୨୦୨୬ ରିଖ ଠାରୁ ତା ୦୫-୧୧-୨୦୨୬ ପର୍ଯ୍ୟନ୍ତ ଅସ୍ତ୍ରପୋଚାର ଆବଶ୍ୟକତା ପଡ଼ୁଥିବା ରୋଗୀମାନଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଅସ୍ତ୍ରପୋଚାର ସେବା ଯୋଗାଇ ଦିଆଯାଉଅଛି l ଆଜି ୧ ତାରିଖ ପ୍ରଥମ ଦିନରେ ଉପଖଣ୍ଡର ବିଭିନ୍ନ ବ୍ଲକ ତଥା ମ୍ଯୁନିସିପାଲିଟିରୁ ଆସିଥିବା ୧୦୦ ଜଣ ଚକ୍ଷୁ ରୋଗୀ ଙ୍କ ଅସ୍ତ୍ରପୋଚାର କରାଯାଇଥିଲା l ଏତଦବାଦ ପଞ୍ଜୀକରଣ ହୋଇଥିବା ଅନ୍ଯ ରୋଗୀମାନଙ୍କୁ ଆସନ୍ତାକାଲି ଚକ୍ଷୁ ଅସ୍ତ୍ରପୋଚାର କରାଯିବ ବୋଲି ସେନାବାହିନୀ ର ଚକ୍ଷୁ ବିଶେଷଜ୍ଞ ଦଳ ସୂଚନା ପ୍ରଦାନ କରିଥିଲେ l ଅନ୍ଯମାନେ ନିଜ ନିଜର ସ୍ବାସ୍ଥ୍ଯ ସମସ୍ଯା ନେଇ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ l ଏହି ଅବସରରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗ ଦେଇ ରୋଗୀମାନଙ୍କର ସ୍ବାସ୍ଥ୍ଯ ସମସ୍ଯା ସଂପର୍କରେ ନିରୀକ୍ଷଣ କରିଥିଲେ l ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉକ୍ତ ମେଗା ସ୍ବାସ୍ଥ୍ଯ ଶିବିରରେ ଯୋଗଦାନ କରିବାର କାର୍ଯ୍ଯକ୍ରମ ରହିଥିଲା l କିନ୍ତୁ ପ୍ରାକୁତିକ ବିପର୍ଯ୍ଯୟ ବନ୍ଯା ବିପାତ ଆସିବାର ସମ୍ଭାବ୍ଯ ଜଣାପଡିବାରୁ ତାଙ୍କ କାର୍ଯ୍ଯକ୍ରମ ବାତିଲ ହୋଇଥିଲା l ମାନ୍ଯବର ରାଷ୍ଟ୍କପତିଙ୍କ ପ୍ରଚେଷ୍ଟାରେ ଗରିବ ଲୋକମାନଙ୍କୁ ଉନ୍ନତମାନର ଚିକିତ୍ସା ଦେବାର ଲକ୍ଷ୍ଯ ନେଇ ଏଠାରେ ସେନାବାହିନୀର ବହୁ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଛନ୍ତି l ଉକ୍ତ ଶିବିରରେ ସେନାବାହିନୀର ବହୁବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ବାରା ଚକ୍ଷୁ, ହୁଦ, କିଡନୀ, ଚର୍ମ ଓ ଦନ୍ତ ରୋଗ ଇତ୍ଯାଦିରେ ପୀଡିତ ରୋଗୀମାନେ ବିନା ମୂଲ୍ଯରେ ସ୍ବାସ୍ଥ୍ଯ ପରୀକ୍ଷା କରି ଆବଶ୍ଯକୀୟ ଚିକିତ୍ସା ସେବା ପାଇପାରୁଛନ୍ତି l ଉପଖଣ୍ଡର ବିଭିନ୍ନ ବ୍ଲକ ତଥା ମ୍ଯୁନିସିପାଲିଟିରୁ ଆସିଥିବା ରୋଗୀମାନେ ଏହି ଅଭିନବ ମାନବ ସେବାକୁ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ମହାମହିମ ରାଷ୍ଟ୍ରପତିଙ୍କୁ ବିଶେଷ ଧନ୍ଯବାଦ ଜଣାଇଛନ୍ତି l ଏହି ଅବସରରେ ଅଧ୍ଯାପକ ବିଜୟ କୁମାର ରାମଙ୍କ ମାର୍ଗଦର୍ଶନରେ ସ୍ବେଛାସେବୀ ସଂଗଠନ ରେଡି ଭଲେଣ୍ଟିୟାର ଦଳ ରୋଗୀମାନଙ୍କୁ ଚକଲଗା ଚେୟାର ସାହାର୍ଯ୍ଯରେ ଚକ୍ଷୁ ବିଭାଗ ରୁ ସେମାନଙ୍କ ଓ୍ବାର୍ଡକୁ ନେବା ଆଣିବା କରୁଅଛନ୍ତି l ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ତଥା ମ୍ଯୁନିସିପାଲିଟିର ଗରିବ ଲୋକେ ବିଶେଷ ଉପୋକୁତ ହୋଇପାରିବେ ବୋଲି ପ୍ରାପ୍ତ ସୂଚନାରୁ ଜଣାଯାଇଛି l ଏଥିରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ, ମ୍ଯାନେଜର, ଡାକ୍ତରୀଟିମ୍, ସ୍ବାସ୍ଥ୍ଯଟିମ୍, କର୍ମଚାରୀବୁନ୍ଦ ତଥା ଜିଲ୍ଲା ସ୍ବାସ୍ଥ୍ଯ ସମିତିର ସମସ୍ତ କର୍ମକର୍ତ୍ତାଦଳ ପରିଚାଳନାରେ ସହଯୋଗ କରୁଅଛନ୍ତି l



