ଓଡିଶା

ଜେ ଏମ ଏମ କର୍ମୀଙ୍କ ତରଫରୁ କଚା ରାସ୍ତାକୁ ପକ୍କା ରାସ୍ତା କରିବା ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ରାଇରଙ୍ଗପୁର: ୨\୧୧\୨୬ (ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକର ବିଭିନ୍ନ କଚାରାସ୍ତା ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଭାବରେ ପଡିରହିଛି l ଫଳରେ ଜାମଦା ବ୍ଲକର ଅଧିବାସୀ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଛନ୍ତି l କଚାରାସ୍ତାର ଉନ୍ନତି ପାଇଁ ଦୀର୍ଘଦିନରୁ ବାରମ୍ବାର ଦରଖାସ୍ତ ଦିଆଯିବା ସତ୍ତ୍ବେ ସରକାର କର୍ଣ୍ଣପାତ କରୁନାହାଁନ୍ତି l ବର୍ଷା ଦିନରେ ଏହି କଚାରାସ୍ତା ଆହୁରି ଦୟନୀୟ ଅବସ୍ଥା ଦେଖାଦେଉଛି l ଏହି ରାସ୍ତାଗୁଡିକରେ ସ୍କୁଲ ପିଲାଙ୍କ ଯିବା ଆସିବା ଏବଂ ଜନସାଧାରଣଙ୍କ ଯାତାୟତ ସମ୍ଭବ ହୋଇପାରୁନାହିଁ l ଜାମଦା ବ୍ଲକ ର ମୁଖ୍ଯତଃ ଚାରୋଟି ରାସ୍ତା ଅବହେଳିତ ଭାବେ ପଡିରହିଛି l ଅର୍ଥାତ୍ ୧) ହେଁସଡା ଗ୍ରାମ ପଞ୍ଚାୟତରେ ଥିବା କୁଚେଇପାଲ ବାକ୍ରା ସାହି ଛକ ଠାରୁ ଧଳପୁର ଗୋଡାସାହି ଛକ ପର୍ଯ୍ଯନ୍ତ ପ୍ରାୟ ୩ କି ମି ରାସ୍ତା, ଯେଉଁଥିରେ ବାଲେଡି ପ୍ରାଥମିକ ବିଦ୍ଯାଳୟ, ଧୋଳପୁର ହାଇସ୍କୁଲ, ଏମ ଇ ସ୍କୁଲ ଏବଂ ଗ୍ରାମ ପଞ୍ଚାୟତ ଯିବା ମୁଖ୍ଯ ରାସ୍ତା l ୨) ତାଳଗାଁ ଗ୍ରାମପଞ୍ଚାୟତରେ ଥିବା କାହ୍ନୁ ନଦୀ ଛକରୁ ମହିଷକୁଦର ପର୍ଯ୍ଯନ୍ତ ଆର ଡି ରୋଡ କରାଯାଇଅଛି , ଯେଉଁଠାରୁ ରାଧାନଗର, ମହିଷକୁଦର ଏବଂ ରଙ୍ଗାମାଟିଆ ଛକ ପ୍ରାୟ ୫ କି ମି l ମହିଷକୁଦର ରୁ ରଙ୍ଗାମାଟିଆ ଛକ ପର୍ଯ୍ଯନ୍ତ ସାମିଲ କରାଯାଉ l ୩) ଜାମଦା ବମ୍ବେ ଛକ ଠାରୁ ବାନ୍ଦୁଦୁମା ରଙ୍ଗାମାଟିଆ ଘୁମାଳ ପର୍ଯ୍ଯନ୍ତ ପ୍ରାୟ ୫ କି ମି ରାସ୍ତା l ଓ ୪) ବାଜାଇସାହି ଠାରୁ ବଡଶିଆ ପ୍ରାୟ ୫ କି ମି ରାସ୍ତା l ଏତଦବ୍ଯତୀତ ଜାମଦା ବ୍ଲକର ସମସ୍ତ ରାସ୍ତା କଚା ହୋଇପଡିରହିଛି l ଏହି ପରିପ୍ରେକ୍ଷୀରେ, ଆଜି ଜାମଦା ବ୍ଲକର ଜେ ଏମ ଏମ କର୍ମୀ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ଯାଳୟ ରାଇରଙ୍ଗପୁର ଠାରେ ପହଞ୍ଚି ଉପଜିଲ୍ଲାପାଳ ଉଗ୍ରେସନ ଓରାମଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ଉକ୍ତ ବିରାଟ ସମାବେଶରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ଉପସଭାପତି ଘନଶ୍ଯାମ ପିଙ୍ଗୁଆ, ସଂଗଠନ ସମ୍ପାଦକ ଭୂବନ ଟୁଡୁ, ଜାମଦା ବ୍ଲକ ସଭାପତି ଚନ୍ଦ୍ରମୋହନ ପିଙ୍ଗୁଆ, ଜାମଦା ବ୍ଲକ ସମ୍ପାଦକ ଡମ୍ବରୁଧର ପୂର୍ତ୍ତୀ, ବିଜାତଳା ବ୍ଲକ ସଭାପତି ବ୍ରଜ ମୋହନ ମୁର୍ମୁ, ଜାମଦା ବ୍ଲକ କାର୍ଯ୍ଯକାରୀ ସଦସ୍ଯ ଫାଗୁରାମ ହେମ୍ବ୍ରମ ତଥା ଅନ୍ଯମାନେ ପରମେଶ୍ବର ବାନରା, ନାରାନ୍ ମାର୍ଣ୍ଡି, ଖୁଡିଆ ବାଗେ, ପୀତବାସ ବାର୍ଦ୍ଦା, ମଧୁ ବାର୍ଦ୍ଦା, ସାଲଖୁ ହାଁସଦାଃ, ତରୁଣ କୁମାର ସୟ, ମନୋଜ ବିନ୍ଧାଣୀ, ବାବୁଲୁ ସୟ, ଲାଖାନ ସୟ, ନାରାୟଣ ହାଁସଦାଃ, ଚୈତନ୍ଯ ପ୍ରସାଦ ହେମ୍ବ୍ରମ, ଭାଗବତ ମାଝୀ, ରୂପଲାଲ ପିଙ୍ଗୁଆ, ସୁରେନ୍ଦ୍ର ପିଙ୍ଗୁଆ, ଲକ୍ଷ୍ମଣ ବାର୍ଦ୍ଦା, ନନାରାମ ବାନରା, ଦଶରଥ ବାଙ୍କିରା, ଗୋବର୍ଦ୍ଧନ ବାଙ୍କିରା , ବାଦଲ ତିରିଆ ଓ ରମେଶ ଚନ୍ଦ୍ର ଦିଗି ପ୍ରମୁଖ ଯୋଗ ଦେଇଥିଲେ l ଉପରୋକ୍ତ ରାସ୍ତାଗୁଡିକୁ ଯଥାଶୀଘ୍ର ପକ୍କା ରାସ୍ତାରେ ପରିଣତ କରା ନ ଗଲେ ଆଗାମୀ ଦିନରେ ଜାମଦା ବ୍ଲକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ଜନ ଆନ୍ଦୋଳନ ହେବା ସହ ରାଜରାସ୍ତାରେ ଠିଆ ହେବେ ବୋଲି ଚେତାବନୀ ଦେଇଛନ୍ତି l

 

Related Articles

Leave a Reply

Your email address will not be published. Required fields are marked *

Back to top button