ଓଡିଶା

ଦିବଂଗତ ୰ଡାକ୍ତରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ସଭାରେ ଏକ ମିନିଟ ନୀରବ ପ୍ରାର୍ଥନା

ଖଇରା ( ଦେବାଶିଷ ଦାଶ ) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ନଛିପୁର ଗାଁରେ ନଛିପୁର ହାଇସ୍କୁଲ ଅବସ୍ଥିତ । ବିଦ୍ୟାଳୟରେ ପାଠପଢ଼ା ପୂର୍ବରୁ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଆଜି ତା ୦୩/୧୧/୨୦୨୦ ରିଖ ମଙ୍ଗଳବାର ପ୍ରାର୍ଥନା ସଭାରେ ୰ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ପ୍ରକାଶ ଥାଉକି- ବହୁ ଚର୍ଚ୍ଚିତ ଜଗାବଳିଆ ଯୋଡ଼ା ମୁଣ୍ଡକୁ ଅପରେସନ ମାଧ୍ୟମରେ ଅଲଗା କରି ରେକର୍ଡ ସୃଷ୍ଟି କରିଥିବା ଅସ୍ଥିଶଲ୍ଯ ବିଶେଷଜ୍ଞ ୰ଡାକ୍ତର ଅଶୋକ କୁମାରଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନାଟି ଥିଲା । ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉକ୍ତ ନୀରବ ପ୍ରାର୍ଥନା ସଭାରେ ସାମିଲ ଥିଲେ.

Related Articles

Leave a Reply

Your email address will not be published. Required fields are marked *

Back to top button