ଓଡିଶା

ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରୁ ନକଲି ଆରଟିଓ ଅଫିସର ଗିରଫ

ଜଳେଶ୍ଵର ( ଦେବାଶିଷ ଦାଶ ) ନକଲି ଆରଟିଓ ଅଧିକାରୀ ସାଜି ଗାଡ଼ି ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ। ଗିରଫ ଯୁବକ ଜଣକ ହେଲେ ବିଜୟ ମହାନ୍ତି। ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ଗୋବରଘାଟା ପଞ୍ଚାୟତ ଅଞ୍ଚଳରେ ବୋଲି ଜଣାପଡ଼ଛି,ସୂଚନା ଅନୁଯାୟୀ, ନକଲି ଆରଟିଓ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ବିଜୟଙ୍କୁ ଧରିବା ସହ ତାଙ୍କ ନିକଟରୁ ନକଲି ରବର ଷ୍ଟାମ୍ପ, ପଶ୍ଚିମବଙ୍ଗର ରସିଦ, ଆରଟିଓ ସିଲ୍, ନଗଦ ୧,୭୦୦ ଟଙ୍କା, ଗୋଟିଏ ୟୁନିକର୍ଣ୍ଣ ମୋଟରସାଇକେଲ ଏବଂ ମୋବାଇଲ ଫୋନ୍ ଜବତ କରିଥିଲା।ଏହି ଘଟଣାରେ ଜଳେଶ୍ୱର ଥାନାରେ କେସ୍ ନମ୍ବର ୬୪୬/୨୬ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ବିଜୟ ମହାନ୍ତିଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।ଏହି ଚଢ଼ାଉରେ ଜଳେଶ୍ୱର ଥାନା ଆଇଆଇସି ମୁକୁନ୍ଦ ମୁରାରୀ ପାତ୍ର ଏବଂ ସବ୍-ଇନ୍ସପେକ୍ଟର ଆଶୁତୋଷ ଜେନାଙ୍କ ସମେତ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଘଟଣାରେ ନକଲି ଆରଟିଓ ପରିଚୟ ଦେଇ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button