ଓଡିଶା
ମହିଳାଙ୍କ ବେକରୁ ସୁନା ଚେନ କାନଫୁଲ ନେଇ ଚମ୍ପଟ ମାରିଲେ ଦୁର୍ବୃତ
ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଜଳେଶ୍ଵର – ଚନ୍ଦନେଶ୍ଵର ରାସ୍ତା ଦାରୁହା ଛକ ନିକଟରେ ସ୍କୁଟି ଯୋଗେ ଯାଉଥିବା ସ୍ୱାମୀ ସ୍ତ୍ରୀ ଓ ଝିଅ ଡେମୁରିଆ ରୁ ଭୋଗରାଇ ଶିଆଳୀଆ ବାପଘରକୁ ଯାଉଥିବା ସମୟର ଏକ ଗ୍ଲେମର ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଓ କାନଫୁଲ ନେଇ ଫେରାର
ହୋଇଯାଇଥିଲେ। ବହୁ ଲୋକ ପଛରେ ବାଇକ୍ ନେଇ ଗୋଡ଼ାଇ ଥିଲେ ମଧ୍ୟ ଧରି ପାରି ନଥିଲେ ଦୁର୍ବୃତ୍ତ ମାନେ ଦୃତ ଗତିରେ ବାଟଗ୍ରାମ ଦେଇ ମଧୁପୁର ରାସ୍ତାରେ ଖସିଯାଇଥିଲେ।



