ଓଡିଶା

ଭାସ୍କର ରାଓଙ୍କ ଘରେ EOW 

ରାୟଗଡ଼ା ( ଦେବାଶିଷ ଦାଶ )  ରାୟଗଡ଼ା ଟ୍ରକ୍‌ ମାଲିକ ସଙ୍ଘର ଆର୍ଥିକ ଅନିୟମିତତା ମାମଲା। ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓଙ୍କ ଚଢାଉ। କ୍ରାଇମ ବ୍ରାଞ୍ଚର ୨୫ ଜଣିଆ EOW ଟିମ୍‌ର ଖାନତଲାସ। ରାୟଗଡ଼ା ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ। ରାଜ୍ୟର ୧୧ଟି ସ୍ଥାନରେ ୮ଟି ଟିମ୍‌ ରେଡ୍‌ ଓ ତଲାସୀ ଚଳାଇଛନ୍ତି। ରାଣୀଗୁଡ଼ା ଫାର୍ମ ହାଉସ୍‌ ଓ ପିତଳା ଷ୍ଟ୍ରିଟ୍‌ ବାସଭବନରେ ଚଢାଉ। ରାୟତ କଲୋନୀସ୍ଥିତ ଜି. କୃଷ୍ଣଙ୍କ ବାସଭବନରେ ମଧ୍ୟ ରେଡ୍‌। ରାୟଗଡ଼ା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ତଲାସୀ ଅଭିଯାନ। ଭୁବନେଶ୍ୱର ଫରେଷ୍ଟ ପାର୍କ ଓ ବରମୁଣ୍ଡା ଏଚ୍‌.ବି କଲୋନୀରେ ରେଡ୍‌। ଫରେଷ୍ଟ ପାର୍କ ଶ୍ରୀ ଆଦିତ୍ୟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାନରେ ଚଢାଉ। ବରମୁଣ୍ଡାର ଅରୁଣ ପାୱାର ପ୍ରୋଜେକ୍ଟ ଲିମିଟେଡ୍‌ ସଂସ୍ଥାରେ ତଲାସୀ। ଭୀମପୁର ଶ୍ରୀ ଆଦିତ୍ୟ ଟ୍ରେଡିଂ ଆଣ୍ଡ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍‌ ଅଫିସରେ ରେଡ୍‌। ମଞ୍ଚେଶ୍ୱର ଶ୍ରୀ ବାଲାଜୀ ରିଅଲ୍ ଇଷ୍ଟେଟ୍ସ ଆଣ୍ଡ ଏଗ୍ରି ଡେଭଲପର୍ସରେ ଚଢାଉ। ମଞ୍ଚେଶ୍ୱରର ଶ୍ରୀ ଆଦିତ୍ୟ ରିଅଲ୍ ଇଷ୍ଟେଟ୍ ଆଣ୍ଡ ଏଗ୍ରି ଡେଭଲପର୍ସରେ ରେଡ୍‌। ରାୟଗଡ଼ା ଗୌତମ ନଗର ଗ୍ୟାସ୍ ଏଜେନ୍ସିରେ ଖାନତଲାସ। ଶ୍ରୀ ଆଦିତ୍ୟ ଏଚ୍‌.ପି ଏଣ୍ଟରପ୍ରାଇଜେସ୍ ଗ୍ୟାସ୍ ଏଜେନ୍ସିରେ ମଧ୍ୟ ଚଢାଉ। EOW ର ଦୀପାବଳି, ଦଶହରା ଆସିଲେ ଏମିତି ଚଢ଼ାଉ କଥା ମନେପଡ଼େ: ଜନମତ!!

Related Articles

Leave a Reply

Your email address will not be published. Required fields are marked *

Back to top button