ଓଡିଶା

ପୁରୀରେ‌ ୨୬ ଲକ୍ଷର ବ୍ରାଉନସୁଗାର‌ ଜବତ ୪ ଗିରଫ

ପୁରୀ ( ଦେବାଶିଷ ଦାଶ ) ମୁଖ୍ୟ ବେପାରୀ ଫେରାର! ପୁରୀ ପୋଲିସକୁ ବଡ଼ ସଫଳତା। ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଅଞ୍ଚଳରେ ଚଢ଼ାଉ କରି ୨୬୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ଏହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଚାରିଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମାଧିଆ ଓରଫ ବିଭୂଦତ୍ତ ବଳିରସିଂହ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତ ହେଲେ ଗଡିଶାଗଦା ଥାନା ଅଞ୍ଚଳର ଚନ୍ଦ୍ରଶେଖର ବିଶ୍ବାଳ, ଡେଲାଙ୍ଗର ଆଲୋକ ନାୟକ, ରଶ୍ମିରଞ୍ଜନ ହରିଚନ୍ଦନ, ସୋମନାଥ ପ୍ରଧାନ। କୁଆପଦାର ମାଧିଆ ଓରଫ ବିଭୂଦତ୍ତ ବଳିରସିଂହ ଏମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button