ଓଡିଶା
ଭିଜିଲାନ୍ସ ପଞ୍ଝାରେ ବାଲିଆପାଳ ସବ୍ ରେଜିଷ୍ଟ୍ରାର୍

ବାଲେଶ୍ବର ( ଦେବାଶିଷ ଦାଶ ) ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର୍ ମନୀଷା ମିଶ୍ର। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ହାତାହାତି କାବୁ କରିଛି। ଘଟଣାରୁ ପ୍ରକାଶ ଯେ, ଜଣଙ୍କ ଠାରୁ ବିଭିନ୍ନ କାମ ପାଇଁ ଅର୍ଥ ଦାବି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯୋଜନାବଦ୍ଧ ଭାବେ ରେଡ୍ କରି ଭିଜିଲାନ୍ସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭିଜିଲାନ୍ସ ତାଙ୍କର ଅନ୍ୟ ବିଭିନ୍ନ ଠିକଣାରେ ଯାଞ୍ଚ୍ କରୁଛି। ଦୁର୍ନୀତି ବିରୋଧରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।



