ଓଡିଶା
ନିର୍ବାଚନ ପ୍ରତିଶୃତି ବିତିଲା ବର୍ଷ ପରେ ବର୍ଷ କେବେ ହେବ ବାଲେଶ୍ବର ପୌରପାଳିକା ମହାନଗର ନିଗମ

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ଵର ପୌରପାଳିକାକୁ ୧୫୦ ବର୍ଷ ପୂରିଛି। ଖୁସିରେ ୩ ଦିନ ଧରି ସେଲିବ୍ରେସନ କରାଯାଇଛି। ଗତ ନିର୍ବାଚନ ସମୟରେ ମଧ୍ୟ ପ୍ରତିଶୃତି ଦିଆଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ମହାନଗର ନିଗମ ହୋଇପାରିନାହିଁ। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାଲେଶ୍ଵର ଗସ୍ତ କରିବେ। ତେଣୁ ଏହି ସମୟରେ
ବାଲେଶ୍ଵରବାସୀଙ୍କ ହିତ ଦୃଷ୍ଟିରୁ ବାଲେଶ୍ଵର ପୌରପାଳିକାକୁ ମହାନଗର ନିଗମ ଭାବେ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି ଯୁବନେତା ବିକ୍ରମ ପଣ୍ଡା। ନହେଲେ ସେ ଆନ୍ଦୋଳନକୁ ଅହ୍ଲାଇବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।



