ଓଡିଶା
୩୨୦ ଲିଟର ଚୋରା ମଦ ଜବତ

ବରଗଡ଼ ( ଦେବାଶିଷ ଦାଶ ) ବରଗଡ଼ ଜିଲ୍ଲାରେ ଚୋରା ମଦ କାରବାର ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ । ଅମ୍ବାଭୋନା ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁ ନିକଟରେ ଚଢ଼ାଉ କରି ୩୨୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ପୋଲିସର ସୂଚନା ଅନୁସାରେ, ଗତ ୧୦ ନଭେମ୍ବର ୨୦୨୬ ତାରିଖ ସନ୍ଧ୍ୟାରେ ଇଚ୍ଛାପୁର ଗାଁ ନିକଟରେ ବେଆଇନ ଭାବେ ଦେଶୀ ମଦ ପରିବହନ ଓ ବିକ୍ରି ହେଉଥିବା ନେଇ ବିଶ୍ୱସ୍ତ ସୂଚନା ମିଳିଥିଲା। ଏହାପରେ ଅମ୍ବାଭୋନା ପୋଲିସ ଚଢ଼ାଉ କରି ମାଧବ ମାଝୀ ଏବଂ ଟେକ୍ରାମ ଚୌହାନଙ୍କୁ ଧରିଥିଲା।ପୋଲିସ ଏହି ଚଢ଼ାଉ ସମୟରେ ମୋଟ ୩୨୦ ଲିଟର ଦେଶୀ ମଦ, ଗୋଟିଏ ବଜାଜ୍ ପ୍ଲାଟିନା ବାଇକ୍ ଏବଂ ଏକ କିଲୋଗ୍ରାମ ୟୁରିଆ ଜବତ କରିଥିବା ସୂଚନା ଦେଇଛନ୍ତି ବରଗଡ଼ ଏସଡିପିଓ



