ବିଜାତଳା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ରାଇରଙ୍ଗପୁର, ୧୨/୧୧(ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସ୍ଥାନୀୟ ସରକାରୀ ଉପ୍ରା ସ୍କୁଲ,ବାଘିଆଟାଙ୍ଗର ଖେଳ ପଡିଆ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇ ଯାଇଛି l ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମମତା ହେମ୍ବ୍ରମଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ମୁଖ୍ୟ ବକ୍ତା ଭାବେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନରେଶ କୁମାର ଜେନା,ସ୍ୱତନ୍ତ୍ର ଅତିଥି ଭାବେ ବିଡ଼ିଓ ବଂଶୀଧର ଖୋସଲା,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରାଣୀ ମୁର୍ମୁ,ଜିଲା ପରିଷଦ ସଭ୍ୟା ମୀନା ସୋରେନ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ହାଁସଦା ଚାଷ ଉପରେ ଗୁରୁତ୍ୱାରୋପ କରି ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ସିଡିଭିଓ ଶ୍ରୀଯୁକ୍ତ ଜେନା ସରକାରୀ ଯୋଜନାର ଅଂଶୀଦାର ହେବା ସହ ତୃଣମୂଳ ସ୍ତରରେ ତାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ l ଅଗ୍ରଣୀ ଚାଷୀ ସନ୍ତୋଷିନୀ ଗିରି(ଗୋପାଳନ), ବାଢା ହେମ୍ବ୍ରମ(ଘାସ ଚାଷ), ପିତାମ୍ବର ବାସ୍କେ(ମତ୍ସ୍ୟ ପୋଖରୀ), ସଞ୍ଜୟ ଗିରି (କୁଣ୍ଡରେ ମାଛ ଚାଷ)ନିଜ ସଫଳତା ବର୍ଣ୍ଣନା କରିଥିଲେ l ପ୍ରାଣୀ ସମ୍ପଦ ବିଭାଗରେ ନୂତନ ଭାବେ ରୁପେନ୍ଦ୍ର ହେମ୍ବ୍ରମ(ଛେଳି ପାଳନ), ହେମନ୍ତ ନାଏକ(ବ୍ରୋଏଲର ଚାଷ), ମତ୍ସ୍ୟ ବିଭାଗରେ ଜିତେନ୍ଦ୍ର ନାଥ ବେହେରା(କୁଣ୍ଡ ମାଛ ଚାଷ), ଲାଲ ମୋହନ ମୁର୍ମୁ(ମତ୍ସ୍ୟ ପୋଖରୀ)ଙ୍କୁ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଗଲା l ସେହିପରି ପ୍ରାଣୀ ସମ୍ପଦ ବିଭାଗରେ ଭାଗମାତ ଟୁଡୁ, ବାଢା ହେମ୍ବ୍ରମ ଓ ମତ୍ସ୍ୟ ବିଭାଗରେ ପିତାମ୍ବର ବାସ୍କେ ଓ ଦ୍ୱାରଶୁଣୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ରିହାତି ମୂଲ୍ୟର ଚେକ ପ୍ରଦାନ କରା ଯାଇଥିଲା l ଶିକ୍ଷକ ଭବାନୀ ଶଙ୍କର ଗିରି ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭୁ ରଞ୍ଜନ ଜେନା ସହଯୋଗ କରିଥିଲେ l ସହକାରୀ ମତ୍ସ୍ୟ ଅଧିକାରୀ ସ୍ଵାଗତିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉଭୟ ବିଭାଗର ଷ୍ଟଲ ଗୁଡିକରେ ଲୋକେ ଉତ୍ପାଦନ ସାମଗ୍ରୀ ପରିଦର୍ଶନ କରିଥିଲେ l ସ୍ଥାନୀୟ ଶତାଧିକ ଚାଷୀ,ଏସଏଚଜି ସଭ୍ୟା,ସାଧାରଣ ଲୋକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l



