ଓଡିଶା

ସରପଞ୍ଚ ଓ ସମିତି ସଦସ୍ୟାଙ୍କୁ ଅଣଦେଖା କରି ଉନ୍ନୟନ କାର୍ଯ୍ୟ

ନିମ୍ନମାନର ନିର୍ମାଣ ଓ ଅନିୟମିତତା ଅଭିଯୋଗରେ ବାଲିଆପାଳ ବ୍ଲକରେ ଉତ୍ତେଜନା, ଜେଇଙ୍କୁ ଘେରିଲେ ଅଭିଯୋଗକାରୀ

ବାଲେଶ୍ବର ( ଦେବାଶିଷ ଦାଶ ) ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆସୁଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ। କିନ୍ତୁ ଏହି ଅନୁଦାନରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ଯଦି ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଏ ଏବଂ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଅଭିଯୋଗ ଉଠେ, ତେବେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।ଏଭଳି ଏକ ଅଭିଯୋଗକୁ ନେଇ ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ପରିସରରେ ଦେଖିବାକୁ ମିଳିଛି ଉତ୍ତେଜନା। ବାଲିକୁଟୀ ଗ୍ରାମ ପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନେଇ ସରପଞ୍ଚ, ସମିତି ସଦସ୍ୟା ଓ ଅନ୍ୟ ଜନପ୍ରତିନିଧିଙ୍କୁ ଅବଗତ ନକରାଇ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି।ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, କେତେକ ଉନ୍ନୟନ କାର୍ଯ୍ୟ ନିମ୍ନମାନର ହେଉଥିବା ସହ ବିନା ଫଳକରେ ନିର୍ମାଣ କାର୍ଯ୍ୟ କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏପରିକି ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କୁ କାର୍ଯ୍ୟ ସମ୍ପର୍କରେ ନପଚାରି କିଭଳି ଏହି ସବୁ କାମ କରାଯାଉଛି, ତାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।ଏହି ସବୁ ଅଭିଯୋଗକୁ ନେଇ ଆଜି ବାଲିଆପାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ବାଲିକୁଟୀ ପଞ୍ଚାୟତର ଜେଇଙ୍କୁ ଅଭିଯୋଗକାରୀମାନେ ଘେରାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ଠେଲାପେଲା ପରିସ୍ଥିତି ମଧ୍ୟ ଉପୁଜିଥିଲା।ପରେ ଏହି ଘଟଣାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଅଭିଯୋଗକାରୀମାନେ ବାଲିଆପାଳ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତେବେ ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ କେତେ? ପ୍ରକୃତରେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଛି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ? ଏହାର ନିରପେକ୍ଷ ତଦନ୍ତ ହେଲେ ହିଁ ସତ୍ୟ ସାମ୍ନାକୁ ଆସିବ। ଏବେ ସମସ୍ତଙ୍କ ନଜର ବାଲିଆପାଳ ବିଡିଓଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।

Related Articles

Leave a Reply

Your email address will not be published. Required fields are marked *

Back to top button