ଓଡିଶା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

ଜଳେଶ୍ଵର ( ଦେବାଶିଷ ଦାଶ ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଚାଫଲା କ୍ଳଷ୍ଟର ଚମାରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଘରୀ ଚେଙ୍ଗଦା ହେରେନ୍ଦ୍ରନାଥ ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟଟି ଶିଶୁ ବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ୯ ଟି ଶ୍ରେଣୀର ମୋଟ ୬୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିରେ ପୁଣି ବିଦ୍ୟାଳୟର ଶ୍ରେଣୀ ଗୃହ କଥା ନ କହିବା ଭଲ ମାତ୍ର ଦୁଇଟି ରୁମରେ ଚାଲିଛି ପାଠ ପଢା ବିଦ୍ୟାଳୟରେ ୩ଜଣ ଶିକ୍ଷକଶିକ୍ଷା ଦାନ କରୁଥିବା ବେଳେ ସେଥିମଧ୍ୟରୁ ଜଣେ ଶିକ୍ଷକ ପଦନ୍ୱିତୀ ପାଇଁ ଅନ୍ୟତ୍ର ବଦଳୀ ହୋଇ ଯାଇଥିବା ବେଳେ ଆଉ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ବିଏଲଓ ଦାୟିତ୍ୱରେ ରହିଥିବାରୁ ଅଧିକାଂଶ ସମୟରେ ପାଠ ପଢା ଛାଡ଼ି ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପିଲାମାନଙ୍କୁ ପାଠ ପଢ଼ାରେ ବ୍ୟାଘାତ ଘଟୁଛି ତେଣୁ ଏକ ପ୍ରକାର କହିବାକୁ ଗଲେ ଜଣେ ଶିକ୍ଷକରେ ଚାଲିଛି ପାଠ ପଢା ସେ ବି ପୁଣି ବିଦ୍ୟାଳୟର ଅବ୍ୟବସ୍ଥା ମଧ୍ୟରେ ଏ ନେଇ ଗ୍ରାମବାସୀ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତି କରାଇ ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସକାଳ ୧୦ ଘଟିକାରୁ ଛାତ୍ର ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଏକତ୍ରିତ ହୋଇ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ସାଙ୍ଗକୁ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ କମିଟର ସଭାପତି ରଶ୍ମି ରଂଜିତା ସାମଲ, ମଧୁସ୍ମିତା ଜେନା, ପାର୍ଥ ସାରଥୀ ଜେନା, ସୁସ୍ମିତା ଦେ, ମମତା ଜେନା,ଗିରିଜା ଶଙ୍କର ଗିରି, ଜ୍ୟୋତିପ୍ରଭା ଗିରି, ଲକ୍ଷ୍ମୀପ୍ରିୟା ସାହୁ, ପାର୍ବତୀ ସେଠୀ, ପବିତ୍ର ଜେନା, ଗୋବର୍ଦ୍ଧନ ଦେ, ସୀତା ବେସ୍ରା, ଯୋଗମୋହନ ଦେ, ମାନସୀ ଜେନା ପ୍ରଣାକୃଷ୍ଣ ଦେ, ରାଜଲକ୍ଷ୍ମୀ ଜେନା ପ୍ରମୁଖ ଅଭିଭାବକ ମାନେ ଆନ୍ଦୋଳନରେ ବସିଥିଲେ ଯାହାକୁ ନେଇ ସେମାନଙ୍କ ପାଖରେ ଚାଫଲା କ୍ଲୋଷ୍ଟର ସିଆରସିସି ମାନସ କୁମାର ଦାସ ଘଟଣା ସ୍ଥଳରେ ପହଂଚି ଉପରସ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଆଗାମୀ ୨୫ ତାରିଖ ସୁଦ୍ଧା ନୂତନ ଶିକ୍ଷକ ନିଯୁକ୍ତି ହେବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button