ଓଡିଶା

ବିଦ୍ୟାଳୟ ପାଳିଲା ଶିଶୁ ଦିବସ ଓ ବାର୍ଷିକ ଉତ୍ସବ

ଖଇରା ( ଦେବାଶିଷ ଦାଶ ) ବାଲେଶ୍ବର ଜିଲ୍ଲା ଖଇରା ବିଇଓ ଅଧିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ପୋଖରୀ ପରିସରରେ ଶିଶୁ ଦିବସ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁଙ୍କ ସଭାପତିତ୍ବରେ ସଭାରେ ମୁଖ୍ୟ ଅତିଥି ଭାବେ ଏବିଇଓ ଲକ୍ଷ୍ମୀଧର ସିଂ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶତୃଘ୍ନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର ବେହେରା, ପରେଶ ପ୍ରସାଦ ଦକ୍ଷିଣରାୟ, ସୁକାନ୍ତ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ନାଥ ପାଢ଼ୀ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଞ୍ଜନ କୁମାର ମହାପାତ୍ର, ଅବସରପ୍ରାପ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଘୁନାଥ ଦଳାଇ, ଅଲୋଷ୍ଟା ସମ୍ପାଦକ ଶଙ୍କର୍ଷଣ ଜେନା, ବୃକ୍ଷ ମାନବ ବିଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ଆଜିର ଶିଶୁ କାଲିର ଭବିଷ୍ୟତ, ଶିଶୁ ହସିଲେ ଦେଶ ହସିବ, ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା, ଶିକ୍ଷକ ମାନେ ହିଁ ଜଣେ ଜଣେ ଶ୍ରମିକ । ପିଲାଟି ଯେତେବେଳେ ସଫଳତାର ସହିତ ତା ଲକ୍ଷ୍ୟ ସ୍ଥଳରେ ପହଞ୍ଚୁଛି ସେତେବେଳେ ଶିକ୍ଷକ ନିଜକୁ ଧନ୍ୟ

ମନେକରେ । ପିଲାମାନଙ୍କ ଉଦ୍ଦେଶ୍ୟରେ ଏମିତି ଅନେକ କିଛି ମୂଲ୍ୟବାନ ପରାମର୍ଶ ମୂଳକ ବକ୍ତବ୍ୟ ରଖିଥିଲେ ମଞ୍ଚାସୀନ ଅତ୍ୟନ୍ତ ମାନେ । ଦିବସ ବ୍ଯାପୀ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ନେତା ସୁଦର୍ଶନ ସେଠୀ । ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ ସହ-ଶିକ୍ଷୟିତ୍ରୀ ରତ୍ନମଣି ନାୟକ, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହ-ଶିକ୍ଷୟିତ୍ରୀ ଅପର୍ଣ୍ଣା ମଞ୍ଜରୀ ବେହେରା । ୮ମ ଶ୍ରେଣୀର ଛାତ୍ରୀ ଅନୁଶୟା ଶଙ୍ଖୁଆ ଏବଂ ୭ମ ଶ୍ରେଣୀ ଛାତ୍ର ଭବାନୀ ଶଙ୍କର ମିଶ୍ରଙ୍କୁ ଉତ୍ତମ ଛାତ୍ର ଭାବେ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପିଲାମାନଙ୍କୁ ଚିନ୍ତାମଣି ପରିଡ଼ା ମେମୋରିଆଲ ଏବଂ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା । ମଦନମୋହନ ଯେନାଙ୍କ ନୃତ୍ୟ ସଂଯୋଜନାରେ ପିଲାମାନେ ନିଜ ନିଜର ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଏବଂ କାର୍ଯ୍ୟରତ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଉତ୍କଳବନ୍ଧୁ ପଣ୍ଡା ଓ ସଞ୍ଜୟ ବେହେରାଙ୍କୁ ମଞ୍ଚାସୀନ ଅତିଥି ମାନେ ଫୁଲତୋଡା, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।

Related Articles

Leave a Reply

Your email address will not be published. Required fields are marked *

Back to top button