ଓଡିଶା

ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ମାସିକ ବୈଠକ ଅନୁଷ୍ଠିତ

ଖଇରା (ଦେବାଶିଷ ଦାଶ ) ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରି ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସଭ୍ୟ ରତ୍ନାକର ପଣ୍ଡା ପ୍ରଥମେ ବେଦପାଠ କରିଥିଲେ । ସଂସଦର ବରିଷ୍ଠ ସଭ୍ୟ ଅନନ୍ତ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା ନିମନେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ଜଗନ୍ନାଥ ମହାପାତ୍ର ବିବରଣୀ ପାଠ କରିଥିଲେ । ପ୍ରଫୁଲ୍ଲ କୁମାର ଦାସ ଓ ନିରଞ୍ଜନ ଦାସ କବିତା ସଂଯୋଜନା କରିଥିଲେ । ବସନ୍ତ କୁମାର ଦାସ, ଲମ୍ବୋଦର ଗାହାଣ, ଜଳଧର ଦାସ, ସୁରେନ୍ଦ୍ର ବଳବନ୍ତରାୟ, ପ୍ରଫୁଲ୍ଲ ବେହେରା, ପ୍ରଭାସ ଦକ୍ଷିଣରାୟ, ସନ୍ଧ୍ୟାରାଣୀ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିଲେ । ଶତୃଘ୍ନ ଦାସ, ଅର୍ଜୁନ ମହାରଣା, ତପନ କୁମାର ବେହେରା, ଲକ୍ଷ୍ମୀକାନ୍ତ ବିଶ୍ବାଳ, ନରେନ୍ଦ୍ର ପ୍ରସାଦ ବେହେରା, ନାରାୟଣ ପେଡା, ବିଷ୍ଣୁ ପ୍ରସାଦ ବହଳୀ ଓ ବିଜୟକୃଷ୍ଣ ମହାପାତ୍ର ପ୍ରମୁଖ ସଭ୍ୟସଭ୍ଯା ମାନେ ଉପସ୍ଥିତ ରହି ସଂସଦର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ଦିନ ସ୍ଥିର କରିଥିଲେ । ବିଜୟ ମହାପାତ୍ର ଆଗାମୀ ବୈଠକ ପାଇଁ ମାର୍ଗ ଦର୍ଶିକା ପ୍ରଦାନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button