ଓଡିଶା

ମହୁଲ ଡଗର ରେ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ପାଳିତ

କାମାକ୍ଷାନଗର  ( ଦେବାଶିଷ ଦାଶ )  ତୁମୁସିଂହା ପଂଚାୟତ ମହୁଲ ଡଗର ରେ ଶହୀଦ ବିର୍ସା ମୁଣ୍ଡ। ଙ୍କ ଜୟନ୍ତୀ ପାଳିତ ହୋଇଛି,୧୫୨ ତମ

ଜୟନ୍ତୀ ପାଳନ ଅବସରରେ ଗ୍ରାମ ର ଦେହୁରୀ ବୃନ୍ଦାବନ

ପୂର୍ତ୍ତି ସହିଦ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି କୁ ପୂଜାର୍ଚ୍ଚନା କରିଥିଲେ, ମହୁଲ ଡଗର , ଡଙ୍କା ବୋଲ,ରଘୁଆବୋଲ ଓ ବିର୍ସା ମୁଣ୍ଡା ସାହି ର ସମସ୍ତ ଲୋକ ମାନେ ଯୋଗ ଦେଇଥିଲେ,ଯୁବକ ମାନଙ୍କୁ‌ ନେଇ ଏକ ବିର୍ସା ମୁଣ୍ଡ ୟୁଥ୍ କ୍ଲବ୍ ଗଠନ ହୋଇଥିଲା,ସଭାପତି

ଗଙ୍ଗାଧର ପୂର୍ତ୍ତି,ସମ୍ପାଦକ ନଦିଆ ବାନ୍ଦ୍ରା,କୋଷାଧ୍ୟକ୍ଷ ଭାବେ ରବି

ବିରୁଆ ଙ୍କୁ ଚୟନ

କରାଯାଇଥିଲା,ସମସ୍ତେ ଶପଥ କରିଥିଲେ ଏହି ଅବସରରେ ଏକ ସଭା କାର୍ଯ୍ୟ କରାଯାଇଥିଲା, ସାମ୍ବିଧାନିକ ମୂଲ୍ୟବୋଧ ଓ ଜଙ୍ଗଲ ଜମି ଅଧିକାର ଆଲୋଚନା ହୋଇଥିଲା,

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆଇନି ଯିବି ବିମଳ ଚନ୍ଦ୍ର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଆଦିବାସୀ ଚେତନା ସଂଗଠନ ସଭାପତି ଲାଲମୋହନ ମୁର୍ମୁ,ସମ୍ପାଦକ ଗଙ୍ଗାଧର ମୁଣ୍ଡ,।କାର୍ଯ୍ୟକର୍ତ୍ତା ଶୋଭନ ମାରାଣ୍ଡି ଚାନ୍ଦିନୀ କହଁର ୱାର୍ଡ ସଭ୍ୟ ମଞ୍ଜୁ ପୂର୍ତ୍ତି,ଟା ଟା ଷ୍ଟିଲ ଫାଉଣ୍ଡେସନ ଶିକ୍ଷୟତ୍ରୀ ମିତା ଚତାର,ଓତୁମୁସୀଙ୍ଗ। ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ସାହୁ,ଗଣ ମାଧ୍ୟମ ପ୍ରତିନିଧି ସୌମେନ୍ଦ୍ର ସାହୁ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button