ଓଡିଶା
ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଦୋକାନ

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବାରମୁହାଁ ପୋଲ ନିକଟରେ ଅଘଟଣ, ନିଆଁ ଲାଗି ଗୋଟିଏ ପରିବା ଦୋକାନ ଏବଂ ଗୋଟିଏ ଲୁଗା ଦୋକାନ ପୋଡି ପାଉଁଶ ହୋଇଯାଇଛି, ହଠାତ ଦୁଇଟି ଦୋକାନ ରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଜଳେଶ୍ବର ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଜାରି ରହିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି .



