ଭୋଗରାଇ ରେ ଓଡ଼ିଆ ଚଳଚ୍ଚିତ୍ର ମନଷ୍ଟାର ଉଦଘାଟିତ
ବାଲେଶ୍ବର ( ଦେବାଶିଷ ଦାଶ ) ଡିଜିଟାଲ ଯୁଗରେ ଓଡ଼ିଆ ସିନେମା ବିଶେଷଭାବେ ଆର୍ଥିକ କ୍ଷତିଗ୍ରସ୍ତ ହେବା ସହିତ କଳାକାରଙ୍କ ଜୀବନ ଦୁର୍ବିସହ ହୋଇଛି। ଚଳଚିତ୍ର ନିର୍ମାଣ ଅଧୁନା ପ୍ରଯୋଜକଙ୍କ ନିମନ୍ତେ ଆର୍ଥିକ ବୋଝ ସହିତ ହଲିଉଡ କଳାକାରଙ୍କ ପ୍ରତିଯୋଗିତା ମୂଳକ ହୋଇଥିବାରୁ ଓଡ଼ିଆ ଚଳଚିତ୍ର ଏବେ ଅଣ୍ଟା ସଳଖି ଉଠିବା କାଠିକର ହୋଇଛି। ଏଭଳି ସ୍ଥିତିରେ ଓଡ଼ିଆ ସିନେମାକୁ ଉଜ୍ଜୀବିତ ରଖିବାଲାଗି “ମନଷ୍ଟାର” ନାମିତ ଚଳଚିତ୍ର ଭୋଗରାଇ ବ୍ଲକରେ ଅସ୍ଥାୟୀ ସିନେମା ହଲରେ ଶୁଭ ଉଦଘାଟନ ହୋଇଛି। ବାଲେଶ୍ୱର ଜିଲ୍ଲାର ଐତିହାସିକ ସ୍ଥାନ, ସୁବର୍ଣ୍ଣରେଖା ଓ ତାଳସାରୀ କୂଳର ପ୍ରାକୃତିକ ସୌନ୍ଦର୍ଯ୍ୟ,ପ୍ରଖ୍ୟାତ ଶୈବପୀଠ ଭୂଷଣ୍ଡେଶ୍ୱର, ଚନ୍ଦନେଶ୍ୱର,ମା ବାସୁଳୀ ଶକ୍ତିପୀଠ, ରାୟ ମହାଶୟ ଗଡ଼,ରାଇବଣିଆ ଦୁର୍ଗ ,ପ୍ରାଚୀନ ମନ୍ଦିରର କୀର୍ତ୍ତିରାଜି ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ବିଶେଷ ଭାବେ ପ୍ରଦର୍ଶିତ ହୋଇଛି। ଓଡିଶାର ସଂସ୍କୃତି ଓ କଳାକୁ ଲୋକମାନଙ୍କର ଆଦୃତ ଲାଗି ଏହି ଚଳଚିତ୍ର ପ୍ରଦର୍ଶିତ ହୋଇଛି।ଭୋଗରାଇରେ ଦୀର୍ଘ ବର୍ଷଧରି ସିନେମା ହଲ୍ ନଥିବା ବେଳେ ମାତ୍ର ୧୫ ଦିନ ପାଇଁ ଉକ୍ତ ସିନେମା ହଲରେ “ମନଷ୍ଟାର” ଓଡ଼ିଆ ସିନେମା ଲୋକଙ୍କର ଗହଳି ହୋଇଛି।ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଉକ୍ତ ସିନେମାକୁ ଉଦଘାଟନ କରିଥିଲେ। ପ୍ରଡ଼୍ୟୁସର ଦେବରାଜ ବିଧାର, ଡାଇରେକ୍ଟର ସୁଧାଂଶୁ ମୋହନ ସାହୁ,ନାୟକ ଆଦିତ୍ୟ ମହାପାତ୍ର,ନାୟିକା ଦିବ୍ୟାଜ୍ୟୋତି ମହାପାତ୍ର ସହିତ ବିଶିଷ୍ଟ କଳାକାର ମାନେ ଏହି ଚଳଚିତ୍ରରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଉଦଘାଟନ ଉତ୍ସବରେ ଅନନ୍ତ ଦାସ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ଇଂ ଅଭିଜିତ ଦାସ,ବିଡ଼ିଓ ପ୍ରଶାନ୍ତ ମହାରଣା ସହିତ ଚଳଚ୍ଚିତ୍ରର ପ୍ରମୁଖ ପରିଚାଳକ ମାନେ ଉପସ୍ଥିତ ଥିଲେ



