ଓଡିଶା

ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବାଲେଶ୍ବର ଜିଲ୍ଲା ପ୍ରସାଶନ ବାତ୍ୟା ଅକ୍ବାନ ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ

ବାଲେଶ୍ବର ( ଦେବାଶିଷ ଦାଶ ) ବାତ୍ୟା ଅକ୍ୱାନ୍ ର ମୁକାବିଲା ପାଇଁ ଆଜି ବାଲେଶ୍ଵର ଜିଲ୍ଳା ପ୍ରଶାସନ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓସ୍ୱାନ ହଲରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ,ସରକାରଙ୍କ ତରଫରୁ ବାତ୍ୟା ନିୟନ୍ତ୍ରଣ ଦାୟିତ୍ୱ ରେ ଥିବା ବରିଷ୍ଠ IAS କେ ସୁଦର୍ଶନ ଚକ୍ରବର୍ତ୍ତୀ,ଏସପି ପ୍ରତ୍ୟୁଷ ଦିବାକର ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟା ମୁକାବିଲା ପାଇଁ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ଉପକୂଳ ଅଞ୍ଚଳ ମାନଙ୍କରେ ପ୍ରଶାସନ ସତର୍କତା ସହିତ ୧୦ ରୁ ୧୫ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯିବା,ଶୁଖିଲା ଖାଦ୍ୟ ମହଜୁଦ ରଖାଯିବା,ଉଦ୍ଧାରକାରୀ ଦଳ NDRF,ODRF, ଫାୟାର ଆଦି ଦଳକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି .

Related Articles

Leave a Reply

Your email address will not be published. Required fields are marked *

Back to top button