ଓଡିଶା

ପୋଲିସ କ୍ୱାର୍ଟରରୁ ମହିଳା SIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଗଞ୍ଜାମ ( ଦେବାଶିଷ ଦାଶ ) ପୁରୁଷୋତ୍ତମପୁର ଥାନାର ମହିଳା ସବ୍‌-ଇନ୍ସପେକ୍ଟର (SI) ପ୍ରଭାସିନୀ ସାହୁଙ୍କ ମୃତ୍ୟୁ। ନିଜ ପୋଲିସ କ୍ୱାର୍ଟରରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଗଞ୍ଜାମ ଏସ୍‌ପି ହରୀଶ ବି.ସି. ପୁରୁଷୋତ୍ତମପୁର ଥାନାରେ ପହଞ୍ଚି ଘଟଣାର ତଦନ୍ତ ସମ୍ପର୍କରେ ସୂଚନା ନେଇଛନ୍ତି।

ମୃତ୍ୟୁର କାରଣକୁ ନେଇ ରହିଛି ଅନେକ ପ୍ରଶ୍ନ। ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

Related Articles

Leave a Reply

Your email address will not be published. Required fields are marked *

Back to top button