ଓଡିଶା

ଭୟଙ୍କର ସଡ଼କ ଦୁର୍ଘଟଣା  ଦୁଇଟି ଡମ୍ପର ମୁହାଁମୁହିଁ ଧକ୍କା

ବାଲେଶ୍ବର ( ଦେବାଶିଷ ଦାଶ ) ଜଳେଶ୍ଵର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ କମର୍ଦ୍ଦା ଥାନା ନିକଟରେ ବିଳମ୍ବିତ ରାତିରେ ଦୁଇଟି ଡମ୍ପର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଜଣେ ଆହତ ଚାଳକଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଆଉ ଗୋଟିଏ ଡମ୍ପର ଧାନ ବିଲ ରେ ପଡି ଥିବାର ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଗୋଟିଏ ଚୋରା ବାଲି ବୋଝେଇ ଡମ୍ପର ଜଳେଶ୍ୱର ରୁ ଚନ୍ଦନେଶ୍ଵର ଅଭିମୁଖେ ଆସୁଥିବା ବେଳେ ଆଉ ଗୋଟିଏ ଖାଲି ଡମ୍ପର ଚନ୍ଦନେଶ୍ଵର ରୁ ଜଳେଶ୍ଵର ଅଭିମୁଖେ ଯାଉଥିବା ବେଳେ ରାତି ୩.୨୦ ସମୟରେ ଅସାବଧାନତା ବଶତଃ ଦୁଇଟି ଡମ୍ପର ମୁହାଁମୁହିଁ ଧକ୍କା ହୋଇଯାଇଥିଲା । ଯାହାଫଳରେ ଗୋଟିଏ ଡମ୍ପରର ଆହତ ଚାଳକଙ୍କୁ ସ୍ଥାନୀୟ ଭୋଗରାଇ ଅଗ୍ନିଶମ ବିଭାଗ ଓ କମର୍ଦ୍ଦା ଥାନା ପୁଲିସ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ । ଆଉ ଗୋଟିଏ ଡମ୍ପର ରାସ୍ତାର ଧାନ ବିଲ କୁ ଖସିପଡିଛି । ଆହତ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଛି ।ଘଟଣା ସ୍ଥଳରେ କମର୍ଦ୍ଦା ଥାନା ପୁଲିସ ଦୁଇ ଡମ୍ପର କୁ ଜବତ କରି ତଦନ୍ତ କରୁଛି । ରାସ୍ତାର ଦୁଇ ପାର୍ଶ୍ଵରେ ଗାଡ଼ି ଜମା ହେବା ଫଳରେ ଯାତାୟତରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା ବେଳେ ପୋଲିସ ଜମା ହଟାଇବାକୁ କାହିଁକି ଆସିନଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ???

Related Articles

Leave a Reply

Your email address will not be published. Required fields are marked *

Back to top button