ଓଡିଶା
ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନେବାକୁ ଆସିଲା ଆମ୍ବୁଲାନ୍ସ . ହେଲେ ଷ୍ଟାର୍ଟ ହେଲାନି ଆମ୍ବୁଲାନ୍ସ

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନାନ୍ତର କରାଯିବାକୁ ଥିଲା।
ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଫୋନ୍ କରାଯିବା ପରେ ଗାଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ହେଲେ ରୋଗୀଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରିବା ପରେ ଗାଡ଼ି ଷ୍ଟାର୍ଟ ହେଇନଥିବା ଅଭିଯୋଗ।
ଫଳରେ ଆହତ ଯୁବକଙ୍କୁ ନେବା ପାଇଁ ପରିବାର ଓ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଠେଲି ଚାଲୁ କରିବାକୁ ଚେଷ୍ଟା କରିଥିଲେ। ଜରୁରୀ ସମୟରେ ଆମ୍ବୁଲାନ୍ସର ଏଭଳି ଅବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।



