ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କୈ!ସଳ ଦିକ୍ଷିନ୍ତ ସମାରୋହ ସହିତ ସମାବର୍ତ୍ତନ ଉତ୍ସବ ପାଳିତ

ଯାଜପୁର (ନିରୋଜ କୁମାର ସେଠୀ) ଯାଜପୁର ବ୍ଲକ ଅର୍ନ୍ତଗତ ବରୁଆ ଠାରେ ଗଢ଼ିଉଠିଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କୈ।ସଳ ଦିକ୍ଷାନ୍ତ ସମାରୋହ ସହିତ ସମାବର୍ତ୍ତନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଅନୁଷ୍ଠାନ ର ବିଭିନ୍ନ କାର୍ଯ୍ୟ ଓ ଆଗାମୀ ଦିନରେ ଅନୁଷ୍ଠାନ କୁ କିପରି ବହୁମୁଖି ହୋଇ ପାରିବ ଓ ଆଗକୁ କିପରି ସୁବିଧା,ସୁଯୋଗ ରହିଛି ତାକୁ ଉକ୍ତ ଉତ୍ସବରେ ପ୍ରକାଶ କରିଥିଲେ । ତାଂକ ବକ୍ତବ୍ୟ ରେ କହିଲେ ଏ ଅନୁଷ୍ଠାନ ସହିତ ଜଡ଼ିତ ଅଛି। କି କି ସରକାରୀ ସୁବିଧା ଅଛି କ’ଣ କଣ ହୋଇ ପାରିବ ତାହା ବିସୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ ଯୋଗ ଦେଇ ଅନୁଷ୍ଠାନ ଟିକୁ କିପରି ସାରା ଓଡ଼ିଶାରେ ଏକ ନମ୍ବର କରିହେବ ତାହା ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଇ ପଦ୍ମନ ଚରଣ ସେଠୀ ଅନୁଷ୍ଠାନର ବିଭିନ୍ନ କୈ।ଶଳ ଦକ୍ଷତା ଭିତ୍ତିକ କାର୍ଯ୍ୟ କ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକ ପାତ କରିବା ସହ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ଓ ପ୍ରତିକାର ନିମନ୍ତେ ସହଯୋଗ କାମନା କରିଥିଲେ।ଏହି ଅବସରରେ ଅନୁଷ୍ଠାନର ପ୍ରତ୍ୟେକ ବିଭାଗର ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ସାଂସଦ ମାନ ପତ୍ର ସହ ଟ୍ରଫି ପ୍ରଦାନ ଉଚ୍ଛାହିତ କରିଥିଲେ। ଉକ୍ତ ଉତ୍ସବରେ ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ଓଝା,ପି,ଏ ଲଳିତ ଦାସ ଓ ସମାଜ ସେବିକା ଶ୍ରୀମତୀ ଲେଲିନ ଭଦ୍ର ଯୋଗଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ତାଲିମ୍ ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ପାତ୍ର,ଓ ଉପ ତାଲିମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ଓଝା, ସନ୍ତୋଷ କୁମାର ବେହେରା, ତାମସା ରାଣ ବେହେରା,ସୁଚିତା ଏକା,ପ୍ରଭାତ ବେହେରା, ସବ୍ୟସାଚୀ କୁଣ୍ଡୁ,ନିରୁପମା ସାହୁ,ସତ୍ୟବ୍ରତ ପଣ୍ଡିତ, ସନ୍ତୋଷ କୁମାର ଜେନା,ପ୍ରିତିପହ୍ମା ଘୋଷ,ବିକ୍ରମ ବେହେରା, ପୃଥ୍ବୀ ରଞ୍ଜନ ପ୍ରାଣିଗ୍ରାହୀ,ସୃଶ୍ରୀ ସୁନିତା ଦାସ, କୈବଲ୍ୟ ରାଉତ,ଅସିତ କୁମାର ରାଉତ, ବିଭୂତି ଭୂଷଣ ଦାଶ, ଉକ୍ତଳ କେଶରୀ ସିଂ, ସୁନିଲ କୁମାର ସ୍ବାଇଁ,ଭରତ ଭୂଷଣ ସାହୁ, ମୋନାଲିସା ପ୍ରଧାନ,ସମ୍ବିତ କୁମାର ଜେନା, ପ୍ରମୁଖ ଯୋଗଦାନ କରି ଦିକ୍ଷାନ୍ତ ସମାରୋହକୁ ସଫଳ କରିଥିଲେ।
କୈ।ସଳ ବିକାଶ ଦିକ୍ଷାନ୍ତ ସମାରୋହ ଅବସରରେ ଭାରତର ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ସିଧାସଳଖ ଛାତ୍ର,ଛାତ୍ରୀ ମାନଙ୍କ ସହିତ ଯୋଡିହେବା ସହ ସେମାନଙ୍କର ଦକ୍ଷତା ବିକାଶ ତଥା ନିଯୁକ୍ତି ଭିର୍ତ୍ତିକ ପରାମର୍ଶ ଦେବାସହ ଛାତ୍ର, ଛାତ୍ରୀ ମାନଂକର ଭବିଷ୍ୟତ କାମନା କରିଥିଲେ।ଏହ ଅବସରରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ସିଧା ସଳଖ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନ ଗୋମତୀ ନଗର Lucknow ,ଉତ୍ତର ପ୍ରଦେଶରୁ ଭିଡିଓ କନଫରେନ୍ସ ମାଧ୍ୟମରେ “PM_SETU” ର ସମୀକ୍ଷା କରିଥିଲେ। ପରିଶେଷରେ ଅନୁଷ୍ଠାନର ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ମାନଙ୍କୁ ତାଲିମ ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ପାତ୍ର, ଧନ୍ୟବାଦ୍ ଅର୍ପଣ କରିଥିଲେ।



