ଓଡିଶା

ସରସ୍ଵତୀ ଶିଶୁ ମନ୍ଦିର ,ଭୋଜପୁର ଶିଶୁଦିବସ ଉତ୍ସବ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ (ରାଜକିଶୋର ସେଠି )ସରସ୍ଵତୀ ଶିଶୁ ମନ୍ଦିର ,ଭୋଜପୁରଠାରେ ପବିତ୍ର ଶିଶୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଚାଳନା ସମିତି କୋଷାଧକ୍ଷ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ତରିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର କଟରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପରିଚାଳନା ସମିତି ସଂପାଦକ ଶ୍ରୀଯୁକ୍ତ ରତିକାନ୍ତ କିସାନ ଯୋଗଦାନ କରି ଶିଶୁଦିବସ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟା ସୁଶ୍ରୀ ଭଷାରାଣୀ ପାଣ୍ଡେ ଶିଶୁଦିବସ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ସୁଶ୍ରୀ ମଞ୍ଜୁଲତା ବାରିକ ପରିଚାଳନା କରିଥିବାବେଳେ ଆଚାର୍ଯ୍ୟା ସୁଶ୍ରୀ ମଞ୍ଜୁଲତା ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button