ବନ୍ଦେ ଉତ୍କଳ ଜନନୀର ୪୨ ତମ ବୋଇତ ବନ୍ଦାଣ ଉତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ସୁରକ୍ଷା ନିମନ୍ତେ ଆହ୍ବାନ

ଧର୍ମଶାଳା,ତା.୨୪.୧୧.୨୬_(ନିରୋଜ କୁମାର ସେଠୀ ) କଳିଙ୍ଗର ସାଧଵ ପୁଅମାନେ ଜାଭା,ବାଲି, ସୁମାତ୍ରା,ବର୍ଣ୍ଣିଓକୁ ବାଣିଜ୍ୟ କରିବାକୁ ଯିବା ସହ ଭାରତୀୟ ସଂସ୍କୃତି ଓ କଳାର ପ୍ରଚାର ପ୍ରସାର କରୁଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଆଜି ଗଭୀର ସଙ୍କଟ ଦେଇ ଗତି କରୁଛି।ଏହାର ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ଐକଵଦ୍ଧ ସଂଗ୍ରାମର ଆବଶ୍ୟକତା ରହିଚି ବୋଲି ଅଗ୍ରଣୀ ଜାତୀୟତାବାଦୀ ସଙ୍ଗଠନ ‘ବନ୍ଦେ ଉତ୍କଳ ଜନନୀ’ ର ୪୨ ତମ ବୋଇତ ବନ୍ଦାଣ ଉତ୍ସବ ତଥା ସାଂସ୍କୃତିକ ମିଳନ ସଭାରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି। ଏହି ଅବସରରେ ରାଜ୍ୟର ଉପାନ୍ତ ଅଞ୍ଚଳ ସମତେ କୋଟିଆ ଗ୍ରାମପୁଞ୍ଜ ଓ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ସୁରକ୍ଷା ନିମନ୍ତେ ଆଗେଇ ଆସିବାକୁ ଅତିଥି ମାନେ ଆହ୍ବାନ ଦେଇଛନ୍ତି। ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ର ଅତିରିକ୍ତ ଏସ.ପି ରତିକାନ୍ତ ଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପ୍ରାଚୀନ କଳିଙ୍ଗ ନୈ।ବାଣୀଜ୍ୟ ର ପରମ୍ପରା ଏକ ସମୃଦ୍ଧ, ବିଭବଶାଳୀ ଓ ଗୈାରବ ମୟ ରାଜ୍ୟ ଭାବରେ ପୃଥିବୀ ପ୍ରସିଦ୍ଧ ଲାଭ କରିଥିଲା ବୋଲି ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ କହିବା ସହିତ କଳିଙ୍ଗ ଉକ୍ତଳର ନୈ। ବାଣୀଜ୍ୟ ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ମହାନ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରାଧ୍ୟାପକ ବଳଭଦ୍ର ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଅତିଥି ମାନେ ବନ୍ଦେ ଉତ୍କଳ ଜନନୀ ର ପ୍ରତିଷ୍ଠାତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ ସ୍ବର୍ଗତ ରବି ଲାବଣ୍ୟଙ୍କ ଅମ୍ଲାନ ଆତ୍ମା ପ୍ରତି ଶ୍ରଧାଞ୍ଜଳି ଜଣାଇ ଥିଲେ।ଅଇନଜୀବୀ ଶ୍ୟାମ ପ୍ରସାଦ ଦାସ୍ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଉତ୍ସବ ଆରମ୍ଭରେ ନବକଳିକା ଅନୁଷ୍ଠାନର କଳାକାର ମାନେ ବନ୍ଦେ ଉତ୍କଳ ଜନନୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ଅବସରପ୍ରାପ୍ତ ସିଡିଏମଓ ଡଃ.ବିଜୟ ସତପଥି, ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଅଙ୍କିତା ଦାସ ଓ କଣ୍ଠଶିଳ୍ପୀ ଜାଗୃତି ମିଶ୍ର ଙ୍କୁ ସ୍ବାସ୍ଥ୍ୟସେବା, ଅଭିନୟ ଏବଂ ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଅଧିଷ୍ଠାତା ମଣ୍ଡଳୀର ସଦସ୍ୟ କାହ୍ନୁଚରଣ ଦାସ ମାନପତ୍ର ପାଠ କରିଥିଲେ।ଏହି ଅବସରରେ କୋଟିଆ ଗ୍ରାମ ପୁଞ୍ଜର ସୁରକ୍ଷା, ଓଡ଼ିଆ ଭାଷାରେ ନିମନ୍ତ୍ରଣ ଓ ସାଇନ୍ ବୋର୍ଡ ଲେଖାଯିବା ଏବଂ ଓଡ଼ିଶାର ଅଖଣ୍ଡତା ଓ ଏକତା ଦାବି ନେଇ ତିନିଗୋଟି ପ୍ରସ୍ତାବ ଗୃହିଣୀ ହୋଇଥିବା ବେଳେ ଅଧିଷ୍ଠାତା ମଣ୍ଡଳୀର ସଦସ୍ୟ ଡଃ.ପ୍ରସାନ୍ତ ସ୍ବାଇଁ ଓ ରମାକାନ୍ତ ଜେନା ପ୍ରସ୍ତାବ ପାଠ କରିଥିଲେ। ପୂର୍ବାହ୍ନରେ ଅତିଥିମାନେ ଶୋଭାଯାତ୍ରାରେ ଆସି ପହଞ୍ଚିବା ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ ଶ୍ୟାମସୁନ୍ଦରଜୀଉ ପୁଷ୍କରଣୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜଗନ୍ନାଥ ହେ ଓଡ଼ିଆ ଜାତିକୁ ଆଗକୁ ନିଅ ନାରାରେ ଉତ୍ସବ ସ୍ଥଳ ମୁଖରିତ ହୋଇପଡ଼ିଥିଲା। ଡଃ .ରାଜକିଶୋର ପାଢୀ, ଡଃ.ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ଡଃ.ତୁହିନାଶୁ ରଥ, ପ୍ରାଧ୍ୟାପକ ପ୍ରସାନ୍ତ ସାହୁ, ମାଧୁରୀ ସତପଥି,ପ୍ରଶନ୍ନ ପାଣିଗ୍ରାହି,ଦିନବନ୍ଧୁ ତ୍ରିପାଠୀ, ଆଇନଜୀବୀ ଦେବରାଜ ବେହେରା,ରାମଚନ୍ଦ୍ର ତ୍ରିପାଠୀ, ପ୍ରେମାନନ୍ଦ ବେହେରା,
କିଶୋର ନାୟକ,ଅବସରପ୍ରାପ୍ତ ଅଧ୍ୟକ୍ଷ କିଶୋର ଜେନା, ଅନନ୍ତ ମହାନ୍ତି ଙ୍କ ସମତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧିଷ୍ଠାତା ମଣ୍ଡଳୀର ସଦସ୍ୟ ଯୁଧିଷ୍ଠିର ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।



