ଓଡିଶା

ସୁବର୍ଣ୍ଣ ଲୋକ ମହୋତ୍ସବର ସ୍ମରଣିକା ଶାକ୍ତ ସ୍ବରରେ ଲେଖା ଆହ୍ବାନ ପାଇଁ ବୈଠକ

ସୁବର୍ଣ୍ଣପୁର , ୨୫/୧୧( ବିନାୟକ ନିୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର ଠାରେ ବୁଧବାର ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠାନର ସଭାପତି ଦୟାନିଧି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଲେଖକ କୃଷ୍ଣଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ରାଧେଶ୍ୟାମ ପୁରୋହିତ ଓ ଅବସରପ୍ରାପ୍ତ ବେଙ୍କ୍ ଅଧିକାରୀ ଶ୍ୟାମସୁନ୍ଦର ସେଠି ତଥା ଶାକ୍ତ ସ୍ବରର ଯୁଗ୍ମ ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା ସୁବର୍ଣ୍ଣ ଲୋକ ମହୋତ୍ସବରେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ଶାକ୍ତ ସ୍ବରରେ ଗବେଷଣା ଧର୍ମୀ ଲେଖା ଆହ୍ବାନ କରିବା ପାଇଁ ଆଲୋଚନା କରା ଯାଇଥିଲା। ସୁବର୍ଣ୍ଣପୁର ର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ପରମ୍ପରା,ଓ ପର୍ଯ୍ୟଟନ ଆଧାରିତ ଲେଖା ଆସନ୍ତା ଡ଼ିସେମ୍ବର -୧୦ ତାରିଖ ସୁଦ୍ଧା districtculture.subarnapur@gmail.com ମେଲ୍ ଯୋଗେ ପଠାଇବାକୁ ଉପସ୍ଥିତ ଲେଖକ ମାନଙ୍କୁ ଅନୁରୋଧ କରାଯାଇଛି। ଏଡ୍‌ଭୋକେଟ୍ ବାସୁଦେବ ପଣ୍ଡା, ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ନାରାୟଣ ପ୍ରସାଦ ନାୟକ, ପଦ୍ମନାଭ ଦାଶ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସଭାରେ ବରିଷ୍ଠ ନାଗରିକ ସଂଗଠନ ତଥା ସପ୍ତଦୀପା ସାହିତ୍ୟ ସଂସଦର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button