ଓଡିଶା

ପ୍ରଶାସନ ନିଷ୍ପତ୍ତିକୁ ବିରୋଧ: ମଣ୍ଡି ଖୋଲିବା ଧାର୍ଯ୍ୟ ତାରିଖ ପୂର୍ବରୁ ଧାନ ପୁରାଇଲେ ଚାଷୀ

ରେଙ୍ଗାଲିକ୍ୟାମ୍ପ : ଜିଲ୍ଲା ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁଯାୟୀ ଆଗାମୀ ନଭେମ୍ବର ୩୦ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ। କିନ୍ତୁ ଡ଼ିଏଲ୍ପିସିର ନିଷ୍ପତ୍ତିକୁ ଚାଷୀମାନେ ଫୁ’ କରି ଉଠାଇ ଅତାବିରା ମଣ୍ଡିରେ ଧାନ ପୁରାଇ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଅତାବିରାରେ ୪ ଜଣ ଚାଷୀଙ୍କ ୬୩୪ ପାକେଟ୍ ଧାନ ପଡ଼ିଥିବା ବେଳେ ସେଥିଲେ ବରଗଡ଼ ସାଂସଦଙ୍କ ଅତାବିରା ନଗର ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ ୧୬୭ ପାକେଟ୍ ଧାନ ରହିଛି। ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଦସ୍ୟମାନେ ଅତାବିରା ଆଦର୍ଶ ମାର୍କେଟ୍ ୟାର୍ଡର ଫାଟକ ଜୋରଜବରଦସ୍ତି ଖୋଲି ଟ୍ରାକ୍ଟର-ଟ୍ରଲି ଧାନ ଗାଡ଼ି ମଣ୍ଡିକୁ ନେଇଥିଲେ। ମଣ୍ଡିରେ ଧାନ ଅନୁକୂଳ କରି ଧାନ ଆଣିଥିବା ୨ ଚାଷୀଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଆଗାମୀ ୩୦ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ସବୁଯାକ ଟୋକନ ଦେବା, ତ୍ବରିତ ଗତିରେ ସମସ୍ତ ପ୍ରଶାସନ ନ ଉଠାଇଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ସୁରେନ୍ଦ୍ର ସ୍ବାଇଁଙ୍କ ଧାନ ଆଣିଥିବା ଧୀରଜ ସାହୁ ଏବଂ ୧୨୫ ପାକେଟ୍ ଧାନ ଆଣିଥିବା ବାବେବିରା କେନାଲର ପି ଭୀର ରାଜୁଙ୍କୁ ସ୍ବାଗତ କରିଥିଲେ। ପରେ ବାବେବିରା କେନାଲର ପି ଜଗଦିଶ ୧୬୦ ପାକେଟ୍ ଏବଂ ଜୟ କିଷାନ ଆନ୍ଦୋଳନର ସମର୍ଥିତ ଦେବାହାଲ ଚାଷୀ ନୀଲମାଧବ ସାହୁ ୧୮୦ ପାକେଟ୍ ଧାନ ଆଣିଥିଲେ। ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ଭୁବନ ପ୍ରଧାନ, ଚାଷୀନେତା ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, ବିକ୍ରମ ପ୍ରଧାନ, ଭି ସଂକ୍ରାନ୍ତି ରାଓ, ଅଶ୍ବିନୀ ତ୍ରିପାଠୀ, ଦଶରଥ ଭୋଇ, ସୁବାଷ ବିଶ୍ୱାଳ, ସୁରେନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ମଣ୍ଡିରେ ଧାନ ପୁରାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button