ଓଡିଶା
ଆସନ୍ତା ୪ରେ ଯାଜପୁର ଜିଲ୍ଲା ସନ୍ତରଣ ଚାମ୍ପିୟନସିପ୍
ଯାଜପୁର, ୦୨/୦୭: ଆସନ୍ତା ଜୁଲାଇ ୪ ତାରିଖରେ ଯାଜପୁର ସ୍ଥିତ ବିଜୁ ପଟ୍ଟନାୟକ ସ୍ୱିମିଂ ପୁଲ୍ଠାରେ ‘ଯାଜପୁର ଜିଲ୍ଲା ସନ୍ତରଣ ପ୍ରତିଯୋଗିତା-୨୦୨୬’ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଚାମ୍ପିୟନସିପ୍ରେ ବିଭିନ୍ନ ବୟସ ବର୍ଗର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିପାରିବେ। ଏଥିପାଇଁ ସିନିୟର୍ ଗ୍ରୁପ୍ରେ ୧୮ ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ୱ ବୟସର ପୁରୁଷ ଓ ମହିଳା (ଜନ୍ମ ବର୍ଷ ୨୦୦୪ କିମ୍ବା ତାହା ପୂର୍ବରୁ) ଭାଗ ନେଇପାରିବେ।
ସେହିପରି ଜୁନିୟର୍ ଗ୍ରୁପ୍ ପୁରୁଷ ଓ ମହିଳା ମାନଙ୍କ ପାଇଁ ଦୁଇଟି ବିଭାଗ ରଖାଯାଇଛି, ଯେଉଁଥିରେ ଗ୍ରୁପ୍-I ରେ ୧୫ ରୁ ୧୭ ବର୍ଷ (ଜନ୍ମ ବର୍ଷ ୨୦୦୯, ୨୦୧୦ ଓ ୨୦୧୧) ଏବଂ ଗ୍ରୁପ୍-II ରେ ୧ ରୁ ୧୪ ବର୍ଷ (ଜନ୍ମ ବର୍ଷ ୨୦୧୨, ୨୦୧୩ ଓ ୨୦୧୪)ର କ୍ରୀଡ଼ାବିତ୍ ସାମିଲ ହୋଇପାରିବେ।
ଅପରପକ୍ଷରେ ସବ୍-ଜୁନିୟର୍ ବର୍ଗରେ ତିନୋଟି ଗ୍ରୁପ୍ ରହିଛି, ଯେଉଁଥିରେ ଗ୍ରୁପ୍-III ପାଇଁ ୧୦ ରୁ ୧୧ ବର୍ଷ (ଜନ୍ମ ବର୍ଷ ୨୦୧୫ ଓ ୨୦୧୬), ଗ୍ରୁପ୍-IV ପାଇଁ ୦୮ ରୁ ୦୯ ବର୍ଷ (ଜନ୍ମ ବର୍ଷ ୨୦୧୭ ଓ ୨୦୧୮) ଏବଂ ସବୁଠାରୁ କନିଷ୍ଠ ଗ୍ରୁପ୍-V ରେ ୦୫ ରୁ ୦୭ ବର୍ଷ (ଜନ୍ମ ବର୍ଷ ୨୦୧୯, ୨୦୨୦ ଓ ୨୦୨୧) ବୟସର ଶିଶୁମାନେ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବେ। ଜିଲ୍ଲାର ସମସ୍ତ ଆଗ୍ରହୀ ସନ୍ତରଣକାରୀଙ୍କୁ ଏହି ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।



