ଓଡିଶା
ନିଖିଳ ଉତ୍କଳ କ୍ଷତ୍ରିୟ ସୁଦ ବଡ଼ସୁଦ ସମାଜର ପବିତ୍ର ଦଶହରା ମହୋତ୍ସବ

ସୁବର୍ଣ୍ଣପୁର ୨୨/୧୦:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ପୁଲେଶ୍ୱର ଗ୍ରାମରେ ନିଖିଳ ଉତ୍କଳ କ୍ଷତ୍ରିୟ ସୁଦ ବଡ଼ ସୁଦ ସମାଜର କେନ୍ଦ୍ର ତରଫରୁ ନିଖିଳ ଉତ୍କଳ କ୍ଷତ୍ରିୟ ସୁଦ ବଡ଼ ସୁଦ ସମାଜର ପବିତ୍ର ଦଶହରା ମହୋତ୍ସବ ପାଳିତ ହୋଇଯାଇଛି।କେନ୍ଦ୍ରର ସଭାପତି ବଳରାମ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବକୁ ବହୁ ସମାଜର କର୍ମକର୍ତା ଯୋଗଦେଇଥିଲେ। ପ୍ରାରମ୍ଭରେ ମା ଇଷ୍ଟ ଦେବୀ ଖୋମ୍ବେଶ୍ୱରୀ ଙ୍କୁ ପୁଜାର୍ଚ୍ଚନା ପରେ ଶଭା କାର୍ଯ ଆରମ୍ଭ ହୋଇଥିଲା।ସଭାରେ ସମାଜର ଉନ୍ନତି, ସଂସ୍କାର ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା ସମାଜକୁ ସୁଦୃଢ କରିବା ପାଇଁ ସମସ୍ତେ ଏକତ୍ରିତ ଏକତ୍ରିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଅଶ୍ୱିନୀ ବିଶି ସଭା ପରିଚାଳନା କରିଥିବା ବେଳେ ଉପସଭାପତି ସତ୍ୟା ପଧାନ, ସମ୍ପାଦକ ଉତ୍ତର ନାଏକ ,ସହ ସମ୍ପାଦକ ଚନ୍ଦନ ଦନାୟକ, କୋଷାଧ୍ୟକ ଭୀମ ସେନ ଦନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।



