ଓଡିଶା

କଣାସରେ ବିଦେଶୀ ପକ୍ଷୀଙ୍କ ସମାଗମ, ଶିକାରୀଙ୍କ ସକ୍ରିୟତାକୁ ନେଇ ଚିନ୍ତା

କଣାସ, ୨୬ ଅକ୍ଟୋବର: ଶୀତ ଋତୁର ଆଗମନ ସହିତ ଚିଲିକା ସଂଲଗ୍ନ ପୁରୀ ଜିଲ୍ଲାର କଣାସ ଅଞ୍ଚଳକୁ ହଜାର ହଜାର ବିଦେଶୀ ପ୍ରବାସୀ ପକ୍ଷୀଙ୍କ ଆଗମନ ହୋଇଛି। ଏହି ଅତିଥି ପକ୍ଷୀଙ୍କ କଳରବରେ ସ୍ଥାନୀୟ ଅଞ୍ଚଳ ମୁଖରିତ ହେଉଥିବା ବେଳେ ସେମାନଙ୍କ ମନୋରମ ଦୃଶ୍ୟ ପକ୍ଷୀପ୍ରେମୀ ଓ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଛି। ବିଭିନ୍ନ ଦେଶରୁ ଦୀର୍ଘ ପଥ ଅତିକ୍ରମ କରି ଆସୁଥିବା ଏହି ପକ୍ଷୀମାନଙ୍କ ଉପସ୍ଥିତି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି। ସେମାନଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି। ତେବେ ଅନ୍ୟପକ୍ଷରେ ଏହି ପ୍ରବାସୀ ପକ୍ଷୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଅଞ୍ଚଳରେ କେତେକ ପକ୍ଷୀ ଶିକାରୀ ସକ୍ରିୟ ଥିବା ଏବଂ ପକ୍ଷୀମାନଙ୍କୁ ଶିକାର କରି ଚଢ଼ା ଦାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ଶିକାରୀଙ୍କ ବିରୋଧରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଏବଂ ନିୟମିତ ପାଟ୍ରୋଲିଂରେ ଶିଥିଳତା ରହିଥିବା ଅଭିଯୋଗ କରି ପରିବେଶପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପାଟ୍ରୋଲିଂ ବଢ଼ାଇବା, ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ଏବଂ ବେଆଇନ ପକ୍ଷୀ ଶିକାର ଓ ବିକ୍ରି ରୋକିବାକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ପରିବେଶପ୍ରେମୀମାନେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button