ଓଡିଶା

ମୋ ସାହାରା‌ ହେବ କିଏ…! ଏତେ‌ ବଡ଼ ଦୁନିଆରେ ଛୁଆକୁ‌ ନେଇ କୁଆଡ଼େ ଯିବି…!

ଏତେ‌ ବଡ଼ ଦୁନିଆରେ ଛୁଆକୁ‌ ନେଇ କୁଆଡ଼େ ଯିବି...!

ମୟୂରଭଞ୍ଜ ( ଦେବାଶିଷ ଦାଶ ) ଅନ୍ୟ ଙ୍କୁ ଅଙ୍ଗଦାନ କରି ମରି ବି ଅମର ହୋଇ ଗଲେ ୩୨ ବର୍ଷୀୟ ଯୋଗ୍ୟ ସାରଥୀ ପଣ୍ଡା । ସ୍ବାମୀ ଙ୍କୁ ହରାଇ ବେସାହାରା ପରିବାର ଖୋଜୁଛନ୍ତି ସାହାରା ଥାଲାସେମିଆ ରୋଗରେ ପୀଡିତ ୩ ବର୍ଷର କୁନି ପୁଅ ଏତେ ବଡ଼ ଦୁନିଆରେ ଛୁଆ କୁ ନେଇ କୁଆଡ଼େ ଯିବି…! ଏମିତି ଦୁଃଖ ବଖାଣିଛନ୍ତି ଅସହାୟ ସ୍ତ୍ରୀ । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ,ସୁମିତ୍ରାଦେଇ ପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡା ଙ୍କ ପୁଅ, ଯିଏକି ବୈଶିଙ୍ଗା ଇଲେକ୍ଟ୍ରିକ ଡିଭିଜନ ର ୬ ବର୍ଷ ଧରି ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଦିନ ଡିଉଟି କୁ ଯାଉଥିବାବେଳେ, ବାଇକ ରୁ ଭାରସାମ୍ୟ ହରାଇ ପଡିଯାଇଥିଲେ । ତେବେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଶବ ସତ୍କାର କରିବା ପୂର୍ବରୁ ତାଙ୍କର ପରିବାର ବର୍ଗ ଙ୍କ ସହମତି କ୍ରମେ ତାଙ୍କର ଦୁଇଟି କିଡନୀ ଦାନ ଦାନ କରାଯାଇଥିଲା । ଯାହା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ , ଏଭଳି ମହତ ଓ ଜନ କଲ୍ୟାଣ କାର୍ଯ୍ୟ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ହସ୍ପିଟାଲ ଓ ନିଜ ଜନ୍ମ ମାଟିରେ ଶେଷ ସମ୍ମାନ ପୂର୍ବକ ଦୁଇ ଦୁଇ ଥର ଗାର୍ଡ ଅଫ ଅନର ଦେଇ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ  କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button